ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଜିଲ୍ଲାସ୍ତରୀୟ ମହିଳା ଓ କିଶୋରୀ ସଶକ୍ତିକରଣ କର୍ମଶାଳା ଅନୁଷ୍ଠିତ

Published By : Anindita Ratha | June 12, 2025 11:32 AM

ବଲାଙ୍ଗୀର,୧୨/୦୬: ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସାଧନା କେନ୍ଦ୍ରଠାରେ କ୍ରାଏ ଅନୁଷ୍ଠାନ ତରଫରୁ ପଲ୍ଲୀ ଆଲୋକ ପାଠାଗାରର ଆୟୋଜନ କ୍ରମେ ଏକ ଜିଲ୍ଲାସ୍ତରୀୟ ମହିଳା ଓ କିଶୋରୀ ସଶକ୍ତୀକରଣ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ମହିଳା ସୁରକ୍ଷା ଅଧିକାରୀ ଉପସ୍ଥିତ ରହି ସମନ୍ୱିତ ଶିଶୁ ବିକାଶ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମମତା ସଂଯୋଜିକା ଶିବାନୀ ଠାକୁର ମମତା ଯୋଜନା,ବାଲ୍ୟ ବିବାହ, ପୃଷ୍ଟି ଉପରେ ବକ୍ତବ୍ୟ ରଖିବା ସହ ମହିଳା ପାଇଁ ଟୋଲ୍ ଫ୍ରି ନମ୍ବର ୧୮୧, ଶିଶୁ ସୁରକ୍ଷା ପାଇଁ ୧୦୯୮, ଜରୁରୀକାଳୀନ ପାଇଁ ୧୧୨ରେ ଫୋନ୍ କରିବା ସହ ୱାନ ଟପ୍ ସେଣ୍ଟର ଓ ସ୍ଵଧାର ଗୃହ ଉପରେ ସୂଚନା ଦେଇଥିଲେ।

ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଆର୍ ବି ଏସ୍ କେ ମ୍ୟାନେଜର ସୁଧୀର କୁମାର ପଣ୍ଡା କିଶୋରୀମାନଙ୍କ ପାଇଁ ଅମ୍ଲାନ,ଖୁସି,ଶ୍ରଦ୍ଧା କ୍ଲିନିକ୍, ଆଇରନ୍ ଟାବ୍ଲେଟ୍ ଉପରେ କହିଥିଲେ । ଅନ୍ୟପଟେ ଆସିଷ୍ଟାଣ୍ଟ୍ ମ୍ୟାନେଜର ହେମନ୍ତ ନାଗ୍  ଗ୍ରାମ୍ୟସ୍ତରରେ ସ୍ବାସ୍ଥ୍ୟ ସେବା ମାଗଣାରେ ମିଳୁଥିବାର ଜଣାଇଥିଲେ, ତତ୍ ସହିତ ଗ୍ରାମ୍ୟ କଲ୍ୟାଣ ସମିତିକୁ ସୁଦୃଢ କରି ନିଜ ଗାଁକୁ ସୁସ୍ଥ ଗ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଶିଶୁ ସୁରକ୍ଷା ଆଇନ୍ କାନୁନ୍ ଓ ମିଶନ ବାତ୍ସଲ୍ୟ ଉପରେ ଜଣାଇଥିଲେ। ଏହି ଅବସରରେ  ଜିଲ୍ଲା ପରାମର୍ଶଦାତା ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିରେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୩ରେ ଶିଶୁମାନଙ୍କ ପାଇଁ ବଜେଟ୍ ରଖିବା ପାଇଁ ବ୍ୟବସ୍ଥା କରାଯାଇଅଛି ବୋଲି କହିଥିଲେ । ସେହିପରି ସୁଦକ୍ଷା ଯୋଜନାରେ ଝିଅମାନଙ୍କ ପାଇଁ ବୈଷୟିକ ଶିକ୍ଷାର ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରସାନ୍ତ ନାୟକ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରକଳ୍ପ ସଂଯୋଜକ  ହିରାଲାଲ ମିଶ୍ର ସଂଯୋଜନା କରିଥିବା ବେଳେ ଅଜୟ କୁମାର ବାଦି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପିଣ୍ଟୁ ପଧାନ, ପ୍ରଶାନ୍ତ କୁଅଁର, ସସ୍ମିତା ମିଶ୍ର, ଲିଲିମା, ରଶ୍ମିତା, ରଞ୍ଜନ, ପ୍ରଶାନ୍ତ ଥାପା ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.